ଆରିଜୋନା ଗ୍ରିଲ୍‌ ରେସ୍ତୋରାଁ ଖାଦ୍ୟ ଖାଇ ଦୁଇ ନାବାଳଙ୍କ ମୃତ୍ୟୁ

0
96
Two minors die of 'food poisoning' in Karachi: Auto conducted, Restaurant sealed

ପାକିସ୍ତାନର କରାଚି ଠାରେ ଥିବା ଏକଡିଫେନ୍‌ସ୍‌ ହାଉସିଙ୍ଗ୍‌ ଅଥରିଟି ଅଞ୍ଚଳରେ ଥିବା ଆରିଜୋନା ଗ୍ରିଲ୍‌ ରେସ୍ତୋରାଁରେ ଡିନର୍‌ ଖାଇବା ପରେ ସେମାନେ ଖାଦ୍ୟ ବିଷକ୍ରିୟା ଯୋଗୁଁ ଦୁଇ ନାବାଳଙ୍କ ମୃତ୍ୟୁ ହେବାରୁ ପୁଲିସ ତାହାକୁ ସିଲ୍‌ କରିଛି। ନାବାଳକଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲେ ବି ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ଘଟିଥିଲା ବେଳେ ନାବାଳକଙ୍କର ମାଆଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ନାବାଳକଙ୍କ ଶବ ସରକାରୀ ଡାକ୍ତରଖାନାକୁ ପଠା ଯାଇନଥିବାରୁ ମୃତ୍ୟୁର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ। ରେସ୍ତୋରାଁ ବାହାରେ ପିଲା ଦୁହେଁ କ୍ୟାଣ୍ଡି ଖାଇଥିଲେ ଓ ଘରକୁ ଫେରିବା ପରେ ଦୁଗ୍ଧ ପିଇଥିଲେ। ରେସ୍ତୋରାଁ ଖାଦ୍ୟ, କ୍ୟାଣ୍ଡି କି, ଦୁଗ୍ଧ ଯୋଗୁଁ ଖାଦ୍ୟ ବିଷକ୍ରିୟା ହେଲା ତଦନ୍ତ କରାଯିବା ପାଇଁ ସେମାନଙ୍କ ବାନ୍ତିର ନମୁନା ଏବଂ ପୋଷାକରେ ଲାଗିଥିବା ରକ୍ତ ଛିଟା ଫରେନ୍‌ସିକ୍‌ ପରୀକ୍ଷା ପାଇଁ ପଠାଯାଇ ଥିବାବେଳେ ରେସ୍ତୋରାଁ ବାହାରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜ୍‌ ଯାଞ୍ଚ କରାଯାଇଛି।