ମାଲଗାଡ଼ିର ୨ ଓ୍ଵାଗନ୍‌ରେ ନିଅାଁ ଲାଗି ୧୨ ଟ୍ରେନ୍‌ ବାତିଲ୍‌

0
110
Two wagons of a goods train caught fire near Dahanu in Maharashtra

ପାଲଗଡ଼: ମହାରାଷ୍ଟ୍ରର ପାଲଗଡ଼ ଜିଲ୍ଲା ଅନ୍ତର୍ଗତ ଦହନୁ ରୋଡ୍‌ ଷ୍ଟେସନ୍‌ ନିକଟରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ଉକ୍ତ ଷ୍ଟେସନ୍‌ ନିକଟରେ ଥିବା ଗୋଟିଏ ମାଲ୍‌ଗାଡ଼ିର ଦୁଇଟି ଓ୍ଵାଗନ୍‌ରେ ନିଅାଁ ଲାଗିଯିବାରୁ ୧୨ଟି ଟ୍ରେନ୍‌କୁ ବାତିଲ୍‌ କରାଯାଇଛି। ସୂଚାନଯୋଗ୍ୟ, ପାଖାପାଖି ରାତି ୧୦:୪୫ ବେଳକୁ ନିଅାଁ ଲାଗିବାପରେ ରେଳବାଇ ପୁଲିସ ଫୋର୍ସ ଏବଂ ଗଭର୍ଣ୍ଣମେଣ୍ଟ୍‌ ରେଲ୍‌ୱେ ପୁଲିସ ଘଟନାସ୍ଥଳରେ ପହଞ୍ଚିବାପରେ ପ୍ରାୟ ୨ଟା ବେଳକୁ ନିଅାଁ ଲିଭା ଶେଷ ହୋଇଥିଲା। ଉକ୍ତ ଅଗ୍ନି କାଣ୍ଡରେ ଉପରେ ଟଣାଯାଇଥିବା ବିଜୁଳି ତାର ତରଳି ଯିବାରୁ ୧୦ଟି ଦୂରଗାମୀ ଟ୍ରେନ୍‌ ଅଟକି ରହିଥବା ବେଳେ ଉଭୟ ଲାଇନ୍‌ରେ ମୁମ୍ବାଇ ଆଡ଼କୁ ଯାଉଥିବା ଟ୍ରେନ୍‌ ସବୁ ପ୍ରଭାବିତ ହୋଇଥିଲେ। ତେବେ ନିଅାଁ ଲାଗିବାର ପ୍ରକୃତ କାରଣ ଜାଣିବାକୁ ପୋଲିସ ଏବେ ତଦନ୍ତ ଚଳେଇଛି।