ଫୁଣି ଆକବରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ: ବୟାନ ଆଣିଲେ ପତ୍ନୀ

0
116
Union Minister MJ Akbar accused of rape by US scribe

ଦିଲ୍ଲୀ: ଦିଲ୍ଲୀ ନ୍ୟାସନାଲ ପବ୍ଲିକ୍‌ ରେଡିଓର ମୁଖ୍ୟ ବାଣିଜ୍ୟ ସଂପାଦିକା ପଲ୍ଲବୀ ଗୋଗଇ ଆଣିଥିବା ଦୁଷ୍କର୍ମ ଅଭିଯୋଗ ନେଇ ପୂର୍ବ କେନ୍ଦ୍ର ମନ୍ତ୍ରୀ ଏମ୍‌ଜେ ଆକବର ଆଜି ତାଙ୍କ ପାଟି ଖୋଲିଛନ୍ତି। ଆକବର କହିଛନ୍ତି ଯେ ସମସ୍ତ ଅଭିଯୋଗ ମିଥ୍ୟା ଏବଂ ତାଙ୍କୁ ବଦନାମ କରବା ନିମିତ୍ତ ଚକ୍ରାନ୍ତ ଚାଲିଛି। ପଲ୍ଲବୀ ଗୋଗଇଙ୍କ ସହିତ ସହମତିରେ ସଂପର୍କ ହୋଇଥିଲା ଏବଂ ପରେ ସେମାନେ ସହମତିରେ ହିଁ ସଂପର୍କ ଛିନ୍ନ କରିଥିଲେ ବୋଲି ଆକବର କହିଛନ୍ତି। ପତ୍ନୀ ମଲିକା ମଧ୍ୟ ଆକବରଙ୍କୁ ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ ପଲ୍ଲବୀ ଆକବରଙ୍କ ସଂପର୍କରେ ମିଛ କହୁଛନ୍ତି। ପଲ୍ଲବୀଙ୍କ ଆଚରଣ ଅତ୍ୟନ୍ତ ବିଶୃଙ୍ଖଳିତ ଥିଲା ଏବଂ ୨୦ ବର୍ଷ ତଳେ ପଲ୍ଲବୀ ଗୋଗଇ ତାଙ୍କ ପରିବାରରେ ଦୁଃଖ ଓ ସମସ୍ୟାର କାରଣ ହୋଇଥିବାରୁ ସେମାନଙ୍କ ମଧ୍ୟରେ ସହମତି ଭିତ୍ତିରେ ସଂପର୍କ ତୁଟିଥିଲା। ପଲ୍ଲବୀ ଏବଂ ତୁସିତା ପଟେଲ ତାଙ୍କ ଘରକୁ ବାରମ୍ବାର ଆସୁଥିଲେ ବୋଲି ମଲିକା କହିଛନ୍ତି। ଏମ୍‌ଜେ ଆକବରଙ୍କ ବିରୋଧରେ ପ୍ରାୟ ୧୨ ଜଣ ମହିଳା ସାମ୍ବାଦିକା ମି ଟୁ ଅଭିଯାନରେ ଯୌନ ନିର୍ଯାତନା ଅଭିଯୋଗ ଆଣିବା ପରେ ସେ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଥିଲେ।