ଅନୁଭା ଙ୍କ ନୂଆ ଚଳଚିତ୍ର |

0
173

ଭୁବେନଶ୍ୱର: ଅଭିନେତ୍ରୀ ପୁଷ୍ପା ପଣ୍ଡା ଙ୍କ ଝିଅ ଅନୁଭା ଆସୁଛନ୍ତି ନୂଆ ଓଡ଼ିଆ ଚଳଚିତ୍ର ‘ସାଥି ତୁ ଫେରିଆ’ ରେ ଏକ ଭିନ୍ନ ଭୂମିକାରେ | ସାଇଶ୍ରଦ୍ଧା ଷୁଡ଼ିଓ ଓ ଜି ସାର୍ଥକ ର ମିଳିତ ଉଦ୍ୟମ ରେ ପ୍ରସ୍ତୁତ ହେଉଥିବା ଏହି ଚଳଚିତ୍ରରେ ନିର୍ଦେଶନାରେ ଅଛନ୍ତି ସୁଧାକର ବସନ୍ତ | କାହାଣୀ ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି ଚିନ୍ମୟ ଦାସ ପଟ୍ଟନାୟକ | ଭିନ୍ନ ସ୍ୱାଦର କାହାଣୀକୁ ନେଇ ସମୃଦ୍ଧ ଏହି ଚଳଚିତ୍ର ସୁଟିଂ ଏବେ ଚାଲୁଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ମହେଶ୍ଵେତା ରାୟ, ଜ୍ୟୋତି, ଅନିଷା, ଶ୍ରୀତମ ଦାସ, ପ୍ରଜ୍ଞା, ମୁନ୍ନା ଖାଁ ପ୍ରମୁଖ ଅଭିନୟ କରିଛନ୍ତି | ଏହି ଚଳଚିତ୍ର ରେ ୬ଟି ଗୀତ ରହିଥିବାବେଳେ ସ୍ୱର ସଂଯୋଜନା କରିଛନ୍ତି ପ୍ରେମନ୍ଦ |