ଘଟଗାଁ ମା’ ତାରଣୀଙ୍କ ମନ୍ଦିରରେ ମିଥ୍ୟା କଥାକୁ ନେଇ ସୋସିଆଲ ମିଡିଆରେ ଭାଇରାଲ

0
124
viral-in-social-media-by-taking-falsehood

କେନ୍ଦୁଝର: ମା’ଙ୍କ ମଥାରୁ ସିନ୍ଦୁର ଖସିପଡିଛି ଏପରିକି ମା’ଙ୍କ ଶାଢୀ ଜଳି ଯାଇଥିବା ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ନାରୀ ମାନଙ୍କୁ ନୂଆ ଶାଢୀ, ଶଙ୍ଖା, ସିନ୍ଦୁର ପିନ୍ଧିବା ସହ ଘରେ ଅଖଣ୍ଡ ଦୀପ ଜାଳିବାକୁ ମିଡିଆରେ ପ୍ରଚାରିତ ହୋଇଥିଲା । ନଚେତ ସ୍ୱାମୀଙ୍କର ବିରାଟ କ୍ଷତି ହେବ ବୋଲି ଏଥିରେ କୁହାଯାଇଥିଲା । ଏହି ଖବର ଜାଣିବା ପରେ ପୂରା ଗାଁ ଠାରୁ ସହର ପଯ୍ୟନ୍ତ ଚହଳ ପଡିଯାଇଛି । କିନ୍ତୁ ବାସ୍ତବରେ ଏହି ଖବର ସମ୍ପୂର୍ଣ୍ଣ ମିଛ ଅଟେ ଏଥିରେ କୌଣସି ସତ୍ୟତା ନାହିଁ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ।