କୋହଲିଙ୍କର ୩୦ବର୍ଷବୟସରେ ପଦାର୍ପଣ

0
106
virat 30th birthday

ନୂଆଦିଲ୍ଲୀ: ଭାରତୀୟ ଅଧିନାୟକ ବିରାଟ କୋହଲି ଆଜି ୩୦ ବର୍ଷବୟସରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ଦେଶ ବିଦେଶରୁ ତାଙ୍କ ପାଖକୁ ଜନ୍ମଦିନ ଶୁଭେଚ୍ଛାର ସୁଅ ଛୁଟିଛି। କୋହଲିଙ୍କ ସାଥୀ କ୍ରିକେଟର୍‌, ଫ୍ୟାନ, ଦେଶର ରାଜନେତା ଏବଂ ସେଲିବ୍ରିଟିମାନେ ତାଙ୍କୁ ୩୦ତମ ଜନ୍ମଦିନର ଅଭିନନ୍ଦନ ଜ୍ଞାପନ କରିଛନ୍ତି। ତେବେ କୋହଲିଙ୍କ ଧର୍ମପତ୍ନୀ ଅନୁଷ୍କା ଶର୍ମା ସୋସିଆଲ ମିଡିିଆରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ବିରାଟଙ୍କ ସହ ତାଙ୍କର ଦୁଇଟି ଫଟୋ ସେୟାର କରି ଲେଖିଛନ୍ତି ‘ଥ୍ୟାଙ୍କ୍‌ ଗଡ ଫର୍‌ ହିଜ୍‌ ବାର୍ଥ’ ତାଙ୍କର ଜନ୍ମ ଲାଗି ଧନ୍ୟବାଦ ଭଗବାନ୍‌।