ଅଡ଼ୁଆରେ ପଡ଼ିଛନ୍ତି ବିରାଟ୍ କୋହଲି

0
110
Virat tells a fan to"leaves India" for liking Austrian & English batsmen

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍ କୋହଲି ଅଡ଼ୁଆରେ ପଡ଼ିଛନ୍ତି କାରଣ ଜଣେ ଫ୍ୟାନ୍‌ ଭାରତୀୟ ବ୍ୟାଟସ୍‌ମ୍ୟାନଙ୍କ ବ୍ୟାଟିଂ ଶୈଳୀକୁ ପସନ୍ଦ କରୁନାହାନ୍ତି ବୋଲି କହିଥିବାରୁ ତାଙ୍କୁ ଦେଶ ଛାଡ଼ିବାକୁ କହି। ନଭେମ୍ବର ୫ରେ ବିରାଟ୍‌ ତାଙ୍କ ୩୦ତମ ଜନ୍ମ ଦିନରେ ଏକ ମୋବାଇଲ୍‌ ଆପ୍‌ ଆରମ୍ଭ କରି ଏହି ଆପ୍‌ ଜରିଆରେ ସେ ଫ୍ୟାନ୍‌ ପଠାଇଥିବା ବାର୍ତ୍ତା ଗୁଡ଼ିକ ପଢ଼ି ଏବଂ ଏହାର ଉତ୍ତର ରଖିଥିଲେ। ତେବେ ଫ୍ୟାନ୍‌ କରିଥିବା ମେସେଜ୍‌କୁ ବିରାଟ୍‌ ପଢ଼ିଥିଲେ। ଏଥିରେ ଫ୍ୟାନ୍‌ ଉଲ୍ଲେଖ କରିଥିଲେ ଯେ “ଭାରତୀୟ ବ୍ୟାଟସ୍‌ମ୍ୟାନ୍‌ଙ୍କ ବ୍ୟାଟିଂ ଶୈଳୀ ବିଶେଷ କରି ବିରାଟ୍‌ଙ୍କର ବ୍ୟାଟିଂରେ କିଛି ସ୍ୱତନ୍ତ୍ରତା ଥିବା ଭଳି ଜଣାଯାଉନାହିଁ। କିନ୍ତୁ ଅଷ୍ଟ୍ରେଲିଆନ୍‌ ବ୍ୟାଟସ୍‌ମ୍ୟାନ୍‌ଙ୍କ ବ୍ୟାଟିଂ ଦେଖିବାକୁ ବେଶୀ ଭଲ ଲାଗେ।” ଏହାର ଉତ୍ତର ଦେଇ ବିରାଟ୍‌ କହିଥିଲେ, “ଯଦି ଏମିତି କଥା ତା’ହେଲେ ଆପଣ ଭାରତରେ ରହିବା ଠିକ୍‌ ନୁହେଁ। ଆପଣ ବୋଧେ ଆଉ କେଉଁ ଦେଶରେ ରହିବା ଠିକ୍‌ ହେବ ନୁହେଁ? କ’ଣ ପାଇଁ ଆପଣ ଆମ ଦେଶରେ ରହି, ଅନ୍ୟ ଦେଶକୁ ଭଲ ପାଉଛନ୍ତି? ଆପଣ ମୋତେ ଭଲ ପାଆନ୍ତି ନାହିଁ ବୋଲି ମୁଁ ଖରାପ ଭାବୁନାହିଁ। କିନ୍ତୁ ମୁଁ ଭାବୁନି ଆପଣ ଆମ ଦେଶରେ ରହି ଅନ୍ୟ ଦେଶର ଜିନିଷ ସବୁ ପସନ୍ଦ କରନ୍ତୁ।” ବିରାଟ୍‌ଙ୍କ ଏଭଳି ପ୍ରତିକ୍ରିୟା ଦେଉଥିବା ଭିଡିଓଟି ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବା ସହ ଏଭଳି ପ୍ରତିକ୍ରିୟା ଯୋଗୁଁ ବିରାଟ୍‌ଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଛି।