ଓ୍ବାଲମାର୍ଟ ଇ-କମର୍ସ କମ୍ପାନୀର ମାମଲା: ଶୁଣାଣି ହେବ ଡିସେମ୍ବର ୧୪

0
200
walmart and flip cart

ମୁମ୍ବାଇ : ଆମେରିକାର ରିଟେଲ ଚେନ୍‌ ଓ୍ବାଲମାର୍ଟ ଭାରତର ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟକୁ କିଣିବାକୁ ନେଇ ଆଗତ ମାମଲାର ଶୁଣାଣି ଡିସେମ୍ବର ୧୪କୁ ଘୁଞ୍ଚାଇ ଦିଆଯାଇଛି। ସୂଚନ ଯୋଗ୍ୟ,ଏହି କିଣାକୁ ଭାରତୀୟ ପ୍ରତିଯୋଗିତା ଆୟୋଗ ଅନୁମୋଦନ କରିବା ପରେ ଏହାକୁ ବିରୋଧ କରି ବ୍ୟବସାୟୀ ସଂଗଠନ କନଫେଡେରେଶନ ଅଫ ଅଲ୍‌ ଇଣ୍ଡିଆ ଟ୍ରେଡର୍ସ(ସିଏଆଇଟି) ପକ୍ଷରୁ ରାଷ୍ଟ୍ରୀୟ କମ୍ପାନୀ ଲ’ ଅପିଲୀୟ ନ୍ୟାୟାଧୀକରଣ(ଏନ୍‌ସିଏଲ୍‌ଏଟି)ରେ ମାମଲା ଦାଏର କରିଥିଲେ। ବିଚାରପତି ଏହାର ଶୁଣାଣିକୁ ଡିସେମ୍ବର ୧୪ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ଏବେ ଦୁଇଜଣିଆ ଖଣ୍ଡପୀଠରେ ପରବର୍ତ୍ତୀ ଶୁଣାଣି କରାଯିବ।ଏହି ମାମଲାକୁ ନେଇ କେନ୍ଦ୍ର ସରକାରଙ୍କୁ ଅନ୍‌ଲାଇନ ନୀତି ସମ୍ପର୍କରେ ଉଲ୍ଲେଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।