ଆସନ୍ତାକାଲି ଭାରତ ଓ ୱେଷ୍ଟଇଣ୍ଡିଜ୍ ତୃତୀୟ ଟ୍ବେଣ୍ଟି-୨୦ ମ୍ୟାଚ୍

0
121
West Indies Vs India 3rd T20

ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଟ୍ବେଣ୍ଟି-୨୦ ଶୃଙ୍ଖଳା ତୃତୀୟ ମ୍ୟାଚ୍ ରବିବାର ଚେନ୍ନାଇର ଏମଏ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯିବ। ପ୍ରଥମ ଦୁଇଟି ମ୍ୟାଚ୍ ଜିତି ଶୃଙ୍ଖଳା ଅକ୍ତିଆର କରିସାରିଥିବା ଭାରତୀୟ ଦଳ ଶେଷ ମ୍ୟାଚ୍ ପାଇଁ ଦଳରୁ ଦୁଇ ଦ୍ରୁତ ବୋଲର ଉମେଶ ଯାଦବ ଓ ଯଶପ୍ରୀତ୍ ବୁମରାଙ୍କ ସହିତ ସ୍ପିନର କୁଲଦୀପ୍ ଯାଦବଙ୍କୁ ବିଶ୍ରାମ ଦିଆଯାଇ ଥିବାବେଳେ ଆଗକୁ ଅଷ୍ଟ୍ରେଲିଆ ଗସ୍ତକୁ ସାମ୍ନାରେ ରଖି ଏହି ୩ଜଣଙ୍କୁ ବିଶ୍ରାମ ଦିଆଯାଇ ଥିବାବେଳେ ଅଷ୍ଟ୍ରେଲିଆ ଗସ୍ତରେ ଭାରତ ଆସନ୍ତା ୨୧ ତାରିଖରେ ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିବ। ତେଣୁ ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଶାରୀରିକ ଓ ମାନସିକ ଭାବେ ସୁସ୍ଥତା ପାଇଁ ବୋଲରଙ୍କୁ ବିଶ୍ରାମ ନିଷ୍ପତ୍ତି ନିଆଯାଇଛି ବୋଲି ଭାରତୀୟ କ୍ରିକେଟ୍ ବୋର୍ଡ ସଂପାଦକ ଅମିତାଭ ଚୌଧୁରୀ ସୂଚନା ଦେଇଛନ୍ତି।