ମା’ ଭଦ୍ରକାଳୀ ସପ୍ତମାତୃକା ବେଶରେ ଦର୍ଶନ ଦେବେ ଭକ୍ତଙ୍କୁ

0
118

ଭଦ୍ରକ:କାଳୀପୂଜାରେ ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶ ଭକ୍ତଙ୍କୁ ଆକର୍ଶିତ କରିଥାଏ । ପୁରାଣଶାସ୍ତ୍ର, ଭାଗବତ ଗୀତା, କାଳିକା ଚଣ୍ଡୀ ଅନୁସାରେ ମା’ଙ୍କୁ ବେଶ କରାଯାଇ ରୀତିନୀତି ଅନୁଯାୟୀ ପୂଜା କରାଯାଇଥାଏ। ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠରେ କାଳୀପୂଜା ପ୍ରସ୍ତୁତି ପାଇଁ ୫୦ରୁ ଊର୍ଦ୍ଧ୍ୱ ସେବାୟତ ପରିବାର ଜୋର ଶୋର ଲାଗିପଡ଼ିଛନ୍ତି। ଟ୍ରଷ୍ଟବୋର୍ଡ, ସେବାୟତ, ପୋଲିସ, ଜିଲାସ୍ତରୀୟ ବିଭିନ୍ନ ଅଧିକାରୀଙ୍କୁ ନେଇ ଉପଜିଲ୍ଲାପାଳ ତଥା ଟ୍ରଷ୍ଟବୋର୍ଡ ଅଧ୍ୟକ୍ଷ ସୁଚାରୁ ବଳଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ବସି କାର୍ଯ୍ୟକ୍ରମ ନିର୍ଦ୍ଧାରଣ କରାଯାଇଛି। ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଆସନ୍ତା ୬ ତାରିଖରେ ମା’ଙ୍କୁ ବେଦମାତା ବେଶରେ ପୂଜା କରାଯିବ।