ସିଗାରେଟ୍‌ ଟାଣିବାକୁ ବିରୋଧ କରିବାରୁ ମହିଳାଙ୍କ ତଣ୍ଟିଚିପି ହତ୍ୟା

0
116
woman killed to passerger smoking in train

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଟ୍ରେନ୍‌ରେ ଜଣେ ସହଯାତ୍ରୀଙ୍କ ସିଗାରେଟ୍‌ ଟାଣିବାକୁ ବିରୋଧ କରିବାରୁ ଜଣେ ମହିଳାଙ୍କ ତଣ୍ଟିଚିପି ହତ୍ୟା କରାଯାଇଛି ବୋଲି ଅଭିଯୋଗ ହୋଇଛି। ସୂଚନା ଅନୁଯାଇ, ୪୫ ବର୍ଷୀୟ ଚିନତ୍‌ ଦେବୀ ପଞ୍ଜାବ-ବିହାର ଜାଲିଓ୍ଵାନାଓ୍ଵାଲା ଏକ୍‌ସ୍‌ପ୍ରେସ୍‌ରେ ଯାଉଥିବା ବେଳେ ସୋନୁ ଯାଦବ ନାମକ ଜଣେ ସହଯାତ୍ରୀଙ୍କ ସିଗାରେଟ୍‌ ଟଣାକୁ ବିରୋଧ କରିଥିଲେ। ପରେ ଏହି କଥାକୁ ନେଇ ଯୁକ୍ତିତର୍କ ହେବା ପରେ ସୋନୁ ଚିନତ୍‌ଙ୍କୁ ଆକ୍ରମଣ କରି ତାଙ୍କୁ ଗଳାରୋଧ କରିଥିଲେ। ଘଟଣା ପରେ ଶାହାଜାହାନ୍‌ପୁର ଠାରେ ଟ୍ରେନ୍‌ ଅଟକି ଥିଲା ଏବଂ ମହିଳାଙ୍କୁ ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ ଡାକ୍ତରମାନେ ସେ ମୃତ ବୋଲି ଘୋଷଣା କରିଥିଲେ। ସ୍ଥାନୀୟ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ମୃତ ମହିଳାଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।