ଭାରତର ଷଷ୍ଠ ଘରୋଇ ଶୃଙ୍ଖଳା ବିଜୟ

0
127
yesterday cricket match india champions

ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଭାରତୀୟ ଦଳ ଧମାକାପୁର୍ଣ ଦିନିକଆ ବିଜୟ ହାସଲ କଲା। ମୁମ୍ବାଇରେ ଚତୁର୍ଥ ଦିନିକିଆ ମ୍ୟାଚ୍‌କୁ ୨୨୪ ରନ୍‌ରେ ଜିତି ଭାରତୀୟ ଦଳ ଗୁରୁବାର କେରଳର ଥିରୁବନ୍ତପୁରମ୍‌ରେ ପଞ୍ଚମ ତଥା ଶେଷ ମ୍ୟାଚ୍‌ରେ ଇଣ୍ଡିଜ୍‌ ଦଳକୁ ୯ ୱିକେଟ୍‌ରେ ପରାସ୍ତ କରିଛି। ଏଥି ସହିତ ୫ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାକୁ ୩-୧ରେ ଭାରତ ବିଜୟ ହାସଲ କରିଛି। ଇଣ୍ଡିଜ୍‌କୁ ମାତ୍ର ୧୦୪ ରନ୍‌ରେ ରୋକିଦେବା ପରେ କେବଳ ଶିଖର ଧାୱନ୍‌ଙ୍କ ୱିକେଟ୍‌ ହରାଇ ୨୧୧ ବଲ୍‌ ପୂର୍ବରୁ ଅତି ସହଜ ବିଜୟ ହାସଲ କଲା। ଏଥି ସହିତ ଭାରତ କ୍ରମାଗତ ଷଷ୍ଠ ଦ୍ବିପାକ୍ଷିକ ଶୃଙ୍ଖଳା ଜିତିବା ସାଙ୍ଗକୁ ୨୦୦୬ ମସିହା ପରଠୁ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ କ୍ରମାଗତ ଅଷ୍ଟମ ଶୃଙ୍ଖଳା ଜିତିଲା। ଚଳିତ ଶୃଙ୍ଖଳାରେ ଭାରତ ପ୍ରଥମ, ଚତୁର୍ଥ ଓ ପଞ୍ଚମ ମ୍ୟାଚ୍‌ ଜିତିଥିବାବେଳେ ଦ୍ବିତୀୟ ମ୍ୟାଚ୍‌ ଟାଇ ରହିଥିଲା। ତେବେ ତୃତୀୟ ମ୍ୟାଚ୍‌କୁ ଇଣ୍ଡିଜ୍‌ ଦଳ ଜିତି କେବଳ ବ୍ୟବଧାନ କମାଇବାକୁ ସମର୍ଥ ହୋଇଥିଲା। ଭାରତ ଶେଷଥର ପାଇଁ ଘରୋଇ ମାଟିରେ ୨୦୧୫ରେ ଶୃଙ୍ଖଳା ହାରିଥିଲା ବେଳେ ସେହି ୫ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ଭାରତ ୨-୩ରେ ଦକ୍ଷିଣ ଆଫ୍ରିକା ନିକଟରୁ ହାରିଯାଇ,ଏହାପରଠୁ ଲଗାତାର ୬ ଶୃଙ୍ଖଳା ଜିତିଲା।