ଯୁବତୀଙ୍କ ଅଶ୍ଳୀଳ ଫୋଟୋ ସୋସିଆଲ ମିଡିଆରେ ଛାଡି, ଯୁବକ ଗିରଫ  

0
109
young man arrest

ରାଉରକେଲା: ଦିନକୁ ଦିନ ସୋସିଆଲ ମିଡିଆର ଅପବ୍ୟବହାର ବଢିବାରେ ଲାଗିଛି । ଅନେକ ସମୟରେ ଯୁବତୀମାନଙ୍କ ଅଶ୍ଳୀଳ ଫଟୋ ସୋସିଆଲ ମିଡିଆରେ ଘୁରି ବୁଲୁଛି । ସେହିଭଳି ସାମ୍ନାକୁ ଆସିଛି ରାଉରକେଲାରେ ଯୁବତୀ ମାନଙ୍କ ଫଟୋକୁ ଏଡିଟ କରି ବ୍ଲାକ୍ ମେଲିଙ୍ଗ କରିବା ଘଟଣା । ଘଟଣାରେ ରାଉରକେଲା ସାଇବର ପୋଲିସ ସୁନ୍ଦରଗଡ ଅଞ୍ଚଳର କିଞ୍ଜିର କେଲାରୁ ୨୮ ବର୍ଷୀୟ ପ୍ରଦୀପ ତିର୍କିକୁ ଗିରଫ କରିଛି । ଗିରଫ ପ୍ରଦୀପ ତିର୍କୀଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା ଖମରି ମୁଣ୍ଡରେ । ସେ ଗୋଆରେ ଏକ ମହମବତୀ କାରଖାନାରେ କାମ କରନ୍ତି । ପ୍ରଦୀପ ବିବାହିତ ହୋଇଥିବା ବେଳେ ତାର ଗୋଟେ ଝିଅ ଅଛି । ତେବେ ପ୍ରଦୀପ କିଛି ଦିନ ପୂର୍ବେ ଫେସବୁକରେ ଏକ ନକଲି ଆକାଉଣ୍ଟ ଖୋଲି ରାଉରକେଲା ଅଞ୍ଚଳର ତିନି ଚାରି ଜଣ ଝିଅଙ୍କ ସହ ବନ୍ଧୁତା ରଖିବା ବାହାନାରେ ସେମାନଙ୍କର ଫଟୋକୁ ଅଶ୍ଳୀଳ କରି ଫେସବୁକରେ ଛାଡି ଥିବା ଅଭିଯୋଗ ଆଣିଥିଲେ ଯୁବତୀମାନେ ।
ଘଟଣାରେ ରାଉରକେଲା ସାଇବର ପୋଲିସ ଅଭିଯୋଗକୁ ଭିତ୍ତି କରି ପ୍ରଦୀପକୁ ଗିରଫ କରି କୋର୍ଟ ଚାଲାଣ କରିଛି ।