୪ ଦିନଧରି ଗଛରେ ଝୁଲୁଛି ଅଚିହ୍ନା ଯୁବକଙ୍କ ମୃତଦେହ

0
117
young man dead body hanging since four days

କଟକ : କଟକ ପୂର୍ବତଟ ରେଳବାଇ ର ନିର୍ଗୁଣ୍ଡି ରେଳଷ୍ଟେସନ ଠାରୁ ୪୦୦ମିଟର ଦୂରରେ ୪ଦିନ ଧରି ଝୁଲୁଛି ଯୁବକର ମୃତଦେହ। ରେଳଧାରଣା ନିକଟରେ ଥିବା ଏକ ଗଛରେ ଏହି ଅପରିଚିତ ଯୁବକଙ୍କ ଶବ ଝୁଲିବା ଅବସ୍ଥାରେ ଦେଖିବାକୁ ମିଳିଛି। ସୂଚନା ଅନୁଯାଇ, ଘଟଣାଟି ୪ଦିନ ତଳର ବୋଲି ଜଣାପଡୁଛି। ୪ଦିନ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ରେଳବାଇ ପୋଲିସ କିମ୍ବା ସ୍ଥାନୀୟ ପୋଲିସ ସେଠାରେ ପହଞ୍ଚି ନଥିବାରୁ ସାଧାରଣ ଲୋକଙ୍କ ଅସନ୍ତୋଷ ଦେଖା ଦେଇଛି।